ପିପିଲି ଉପନିର୍ବାଚନ ; ଅଷ୍ଟମ ରାଉଣ୍ଡ ସୁଦ୍ଧା ୮୮୫୬ ଭୋଟରେ ଆଗୁଆ ବିଜେଡ଼ି
ପିପିଲି, (ଓଡିଶା ଟାଇମ୍): ପିପିଲି ଉପନିର୍ବାଚନ ଭୋଟ ଗଣତିରେ ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗରେ ରହିଥିବା ବେଳେ ପଞ୍ଚମ ରାଉଣ୍ଡ ସୁଦ୍ଧା ୫ ହଜାର ୭୮୭ ଭୋଟରେ ଆଗରେ ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୦,୧୨୫ ଭୋଟ ମିଳିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ୬୩୨୪ ଭୋଟ, ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ୭୬୩୦, ଅଷ୍ଟମ ରାଉଣ୍ଡରେ ୮୮୫୬ ଭୋଟରେ ଆଗୁଆ ବିଜେଡି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୪,୩୩୮ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନଙ୍କୁ ୧୫୪୫ ଭୋଟ ମିଳିଛି l











