ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ମାଓବାଦୀ

କୋରାପୁଟ, (ଓଡିଶା ଟାଇମ୍): ପୋଲିସ ଡିଜି ଅଭୟଙ୍କ କୋରାପୁଟ ଗସ୍ତ । ତେବେ ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜଣେ ଏସିଏମ କ୍ୟାଡର ହୋଇଥିବା ବେଳେ ଅନ୍ୟ ଜଣକ ମିଲିଟାରି ଗ୍ରୁପର ସଦସ୍ୟ ରହିଥିଲେ। ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟ । ସେମାନଙ୍କ ନାମ ଦେବା ପଡିଆମି (ଗାଙ୍ଗି) ଓ ଗୀତା ପଡିଆମି (ରଞ୍ଜିତା) ବୋଲି ଦଣାପଡିଛି। ତେବେ ଗାଙ୍ଗି ୨୦୦୫ରେ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଏହାପରେ ସେ  କାଲିମେଳା ଦଳମରେ ଯୋଗଦେଇଥିଲା । ସେ ପ୍ରମୁଖ ୭ ଟି ହିଂସାରେ ସମ୍ପୃକ୍ତି ଥିବା ପୋଲିସ କହିଛି । ୨୦୦୭ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ରୁ  ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲା ।୨୦୨୦ ରେ ACMକୁ ପ୍ରମୋସନ ପାଇ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଗୁମା ଏରିଆ କମିଟିରେ କାମ କରୁଥୁଲା ।ସେ ପୋଲିସ ଫୋର୍ସ ସହ ଗୁଳିବିନିମୟ ଘଟଣାରେ ଜଡିତ ଥିଲା ବୋଲି ଡିଜିପି କହିଛନ୍ତି ।

ସେହିଭଳି ଛତିଶଗଡ ରାଜ୍ୟର ଗୀତା ପଡିଆମି (ରଞ୍ଜିତା) ୨୦୧୮ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରି  କମିଟିର ନାଟ୍ୟ ମଣ୍ଡଳି ସଦସ୍ୟ ଭାବେ ଯୋଗଦେଇଥିଲା  । ତାଙ୍କ ନାମରେ ୪ ଟି ହିଂସାକାଣ୍ଡରେ ଜଡିତ ଥିବା ସୂଚନା ରହିଛି ।ତାଙ୍କ ଘର ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ମନକିର ଗ୍ରାମ। ୨୦୧୮ରେ ମାଓ ସଙ୍ଗଠନରେ ସାମିଲ ହୋଇ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଓ ଆନ୍ଧ୍ରର ପେଦାବାଇଲୁ ଏରିଆ କମିଟିରେ କାମ କରୁଥୁଲେ ।

ସୂଚନାଯୋଗ୍ୟ ଯେ, ପୋଲିସର ଘନ ଘନ ଆକ୍ରମଣ ଏବଂ ମାଓ ସଂଗଠନ ଦୁର୍ବଳ ହୋଇପଡିଥିବା ସହ ପୂର୍ବ ଭଳି ଲୋକ ସମର୍ଥନ ମାଓବାଦୀଙ୍କୁ ମିଳୁନାହିଁ। ମାଓବାଦୀଙ୍କ ମଧ୍ୟରେ ଖରାପ ଚିନ୍ତାଧାରା ସହ ସରକାରଙ୍କ ବିକାଶ ପ୍ରକିୟାକୁ ଦେଖି ଆତ୍ମସମର୍ପଣ କରିଥିବା କହିଛନ୍ତି । ନକ୍ସଲ ଦମନ ପାଇଁ ୨୨ ଜଣ ପୋଲିସ  କମାଣ୍ଡୋ,  ୪ ଜଣଙ୍କୁ NDPS ପାଇଁ ପୁରସ୍କୃତ କରିଛନ୍ତି । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ ,ଡିଆଇଜି ଏସ ଆଇ ଡବ୍ଲୁ୍, କୋରାପୁଟ ଡିଆଇଜି ଓ କୋରାପୁଟ ଏସପି ଉପସ୍ତିତ ରହିଥିଲେ ।

Leave a Reply

Your email address will not be published. Required fields are marked *