ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର, (ଓଡିଶା ଟାଇମ୍): ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି  ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ଜାରି ରହିଛି ।

ତେବେ ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧, ୫୦, ୪୧୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨, ୨୦, ୪୧୮ କ୍ୟୁସେକ ଜଳ । ହୀରାକୁଦର ମୋଟ ଏବେ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

Leave a Reply

Your email address will not be published.