ଜାମିନ ପ୍ରଦାନ କାଳରେ ଅଭିଯୁକ୍ତଙ୍କ ଅପରାଧ ରେକର୍ଡ ଯାଞ୍ଚ ଜରୁରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କୌଣସି ଅଭିଯୁକ୍ତକୁ ଜାମିନ ମଞ୍ଜୁର ପୂର୍ବରୁ କୋର୍ଟମାନେ ତାଙ୍କର ଅପରାଧ ରକର୍ଡ ସୁନିଶ୍ଚିତ କରିନେବା ଜରୁରି। ଏହା କହିଛନ୍ତି ସର୍ବୋଚ୍ଚନ୍ୟାୟାଳୟ। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ସମ୍ପର୍କିତ ଏକ ଜାମିନ ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଯାହା ଦ୍ୱାରା ଅପରାଧୀଙ୍କ ଦ୍ୱାରା ଗୁରୁତର ଅପରାଧକୁ ରୋକାଯାଇପାରିବ ବୋଲି କହିଛନ୍ତି କୋର୍ଟ।

ସୁପ୍ରିମକୋର୍ଟଙ୍କ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ଏମ.ଆର. ଶାହଙ୍କ ପୀଠ ମାମଲାର ଶୁଣାଣିରେ ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିଦେଇଛନ୍ତି। ତେବେ ପୀଠ କହିଛନ୍ତି ଯେ ଅଭିଯୋଗର ଶୁଣାଣିରେ ଅଭିଯୋଗର ପ୍ରକୃତି ଓ ସାକ୍ଷପ୍ରମାଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଥିପ୍ରତି କୋର୍ଟଙ୍କୁ ସର୍ବଦା ଧ୍ୟାନ ଦେବାକୁ ହୁଏ। ତେବେ ଜାମିନ ନିବେଦନ ଅଗ୍ରାହ୍ୟ କରିବା ଦଣ୍ଡାତ୍ମକ ଦୃଷ୍ଟିକୋଣରୁ ସ୍ୱାଧୀନତାର ଉଲ୍ଲଂଘନ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଏଭଳି କ୍ଷେତ୍ରରେ ନ୍ୟାୟାଳୟଙ୍କ ନିଷ୍ପତ୍ତି ଦ୍ୱିପାକ୍ଷିକ ହୀତ ବୁଝାଯିବ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *