ଆତଙ୍କବାଦର ପ୍ରୋତ୍ସାହନ ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ କୌଣସି ବି ଉପାୟରେ ବ୍ୟବହାର କରାଯିବା ଅନୁଚିତ ଏବଂ ଏ ସମ୍ପର୍କରେ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହିକୋ ମାସ୍‍ଙ୍କ ସହିତ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ମିଳିତ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ଜୟଶଙ୍କର ଏହା କହିଛନ୍ତି। ଏଥିସହିତ ପାକିସ୍ତାନ ଉଦ୍ଦେଶ୍ୟରେ ସେ କଡା ଗଳାରେ କହିଥିଲେ ଯେ, ଆଫଗାନିସ୍ତାନରେ ବାହ୍ୟ ହସ୍ତକ୍ଷେପକୁ, ବିଶେଷକରି ଯେଉଁମାନେ ଏଭଳି ଜଟିଳ ସମୟରେ ହିଂସାକାଣ୍ଡ ଉସୁକାଇବାର ଅପଚେଷ୍ଟା କରୁଛନ୍ତି, ସେମାନଙ୍କୁ ବିଶ୍ୱ ସମୁଦାୟ ସହ୍ୟ କରିବା ଅନୁଚିତ। ଜୟଶଙ୍କର କହିଥିଲେ, କାବୁଲ ବାହାରକୁ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବା ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସେ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *