ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ : ଅର୍ଥମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ମୌସୁମୀ ଅଧିବେଶନରେ ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ଗୃହରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ । ୨୦୧୧ -୧୨ ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪ କୋଟି ଥିବା ବେଳେ ୨୦୨୧-୨୨ ରେ ୨୩ ହଜାର ୭୬୧ କୋଟି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ହେବ।











