କେରଳରେ କରୋନା ପରେ ନିପାହ ଭାଇରସ ଭୟ

କେରଳ, (ଓଡିଶା ଟାଇମ୍): କରୋନା ପରେ କେରଳକୁ ଫେରିଲା ଆଉ ଏକ ଭାଇରସ। କେରଳରେ ଅତଙ୍କ ସୃଷ୍ଟି କରିଛି ନିପାହ ଭୂତାଣୁ। କୋଝିକୋଡିରେ ନିପାହ ଭାଇରସରେ ସଂକ୍ରମଣ ହୋଇ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି।  ଏନେଇ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସଂପୃକ୍ତ ବାଳକ କୋଝିକୋଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତ ରାତିରେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ବାଳକର ନମୂନା ପୁଣେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାୟରୋଲଜି ପଠାଯାଇଥିଲା। ପରୀକ୍ଷାରେ ସେ ନିପାହା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ହସ୍ପିଟାଲର ଏକ ଟିମ୍ ବାଳକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଆଜି ଭୋର୍ ୫ଟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି। ୧୨ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମସ୍ତ ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି। ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି।

ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିନା ଜର୍ଜ କହିଛନ୍ତି, ସମ୍ପୃକ୍ତ ବାଳକ ଠାରେ ତିନୋଟି ନମୂନା, ପ୍ଲାଜମା, ସିଏସ୍‌ଏଫ୍‌ ଏବଂ ସିରମ ସଂକ୍ରମିତ ହୋଇଥିବା ମିଳିଥିଲା। ଭୀଷଣ ଜ୍ୱର ଥିବାରୁ ଚାରିଦିନ ପୂର୍ବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶନିବାର ତାଙ୍କ ଅବସ୍ଥା ବିଗିଡି ଥିଲା। ଉକ୍ତ ବାଳକର ସମ୍ପର୍କରେ ଆସିଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। ସେମାନଙ୍କ କୌଣସି ଲକ୍ଷଣ ଦେଖାଦେଇ ନାହିଁ।’ ସେ ଆହୁରି କହିଛନ୍ତ, ଚିନ୍ତାର କୌଣସି କାରଣ ନାହିଁ। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି। ବିଶେଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଉପରେ କଡା ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇଛି।

୨୦୧୮ ମେ’ ୧୯ ରେ କେରଳରେ ପ୍ରଥମ ଥର ପାଇଁ ନିପାହ ଭାଇରସ ଦେଖିବାକୁ ମିଳିଥିଲା । ଜୁନ୍ ୧ ସୁଧା ନିପାହ କାରଣରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ କୋଝିକୋଡେ ଏବଂ ମଲ୍ଲପୁରମ ଜିଲ୍ଲାରେ ନିପାହ କାରଣରୁ ୧୨ ଜଣଙ୍କ ମୃତ୍ୟୁ ପରେ ବିଶେଷଜ୍ଞମାନେ ବାଦୁଡ଼ି ଠାରୁ ନମୂନା ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଫ୍ରୁଟ ବ୍ୟାଟ୍ ପ୍ରଜାତିର ବାଦୁଡ଼ିଙ୍କୁ ମାରାତ୍ମକ ରୋଗର ବାହକ ଭାବରେ ଚିହ୍ନଟ କରାଯାଇଥିଲା।

Leave a Reply

Your email address will not be published. Required fields are marked *