ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ପିପିଲି, (ଓଡିଶା ଟାଇମ୍): ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । କରୋନା ପାଇଁ ସ୍ଥଗିତ ଥିଲା ନିର୍ବାଚନ ।

ଖବର ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ । ଏହାପରେ ଉପନିର୍ବାଚନ ପାଇଁ ତାରିଖି ଘୋଷଣା କରିଥିଲେ । କିନ୍ତୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହାପରେ ବି ନିର୍ବାଚନକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ପୁଣି ନିର୍ବାଚନ କରିବାକୁ ସମସ୍ତ ଦଳ ପ୍ରସ୍ତୁତି କରୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ଲାଗି ଉପନିର୍ବାଚନ ଉପରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ରୋକ ଲଗାଇଥିଲେ ନିର୍ବାଚନ କମିଶନର । ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣତି ହେବ । ସେହି ଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ୩ଟି ଆସନ ପାଇଁ ମଧ୍ୟ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି କମିଶନର ।

Leave a Reply

Your email address will not be published. Required fields are marked *