ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ; ପାସ୍ ହାର ୮୦.୮୩ ପ୍ରତିଶତ

କଟକ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । www.bseodisha.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍‌ କରିଥିବା ସୂଚନା ମିଳିଛି । ମୋଟ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୩୧୦୦ ଛାତ୍ର ଏବଂ ୨୧୩୩ ଛାତ୍ରୀ ପାସ୍‌ କରିଛନ୍ତି । ଅଫଲାଇନରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଆଗରେ ରହିଛନ୍ତି । A1 ରେ ୪୨ ଜଣ ପାସ କରିଛନ୍ତି । A2ରେ ୨୫୫ ଜଣ, B2ରେ ୩୪୮ ଜଣ, B2ରେ ୪୫୮ ଜଣ ପାସ କରିଛନ୍ତି । ସେହିଭଳି C ଗ୍ରେଡ୍‌​‌ରେ ୫୯୯ ଏବଂ D ଗ୍ରେଡ୍‌ରେ ୮୪୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଅଫଲାଇନରେ ମୋଟ ୬୬୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ କିନ୍ତୁ ୧୦୮୬ ଜଣ ପରୀକ୍ଷା ଦେଇନଥିଲେ । ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ଦେବାକୁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଏହି କ୍ରମରେ ପରୀକ୍ଷା କରାଯାଇ ମଙ୍ଗଳବାର ଫଳ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *