କାବୁଲରେ ୟୁକ୍ରେନ ବିମାନ ହାଇଜ୍ୟାକ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନ ରାଜଧାନୀ କାବୁଲରେ ୟୁକ୍ରେନର ଏକ ବିମାନକୁ ହାଇଜ୍ୟାକ କରାଯାଇଥିବା ସୂଚନା ମିଳିଛି। ଏହି ବିମାନ ୟୁକ୍ରେନ ନାଗରିକ ଉଦ୍ଧାର କରିବା ପାଇଁ ଆଫଗାନିସ୍ତାନ ଯାଇଥିଲା। ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଋଷ ଗଣମାଧ୍ୟମଦାବି କରିଛି ଯେ ବିମାନ ହାଇଜ୍ୟାକ ପରେ ଇରାନ ଆଡକୁ ଯାଉଥିଲା।

ଋଷ ନ୍ୟୁଜ ଏଜେନ୍ସି ତାଶ ଖବର ଅନୁଯାୟୀ, ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ‘ରବିବାର ଦିନ କିଛି ଲୋକଙ୍କ ଦ୍ୱାରା ଆମ ବିମାନ ହାଇଜ୍ୟାକ କରାଯାଇଛି। ହାଇଜ୍ୟାକର୍ସଙ୍କ ହାତରେ ଅସ୍ତ୍ର ଥିଲା। ମଙ୍ଗଳବାର ଦିନ ଏହି ବିମାନ ଗାୟବ କରିଦିଆଯାଇଛି। ୟୁକ୍ରେନ ଲୋକଙ୍କୁ ଏୟାରଲିଫ୍ଟ କରିବା ବଦଳରେ ବିମାନରେ ଥିବା କିଛି ଲୋକେ ଏହାକୁ ଇରାନ ନେଇଯାଇଥିଲେ। ଆମର ଅନ୍ୟ ୩ ଏୟାରଲିଫ୍ଟ ପ୍ରୟାସ ସଫଳ ହୋଇପାରିନାହିଁ। କାରଣ ଆମ ଲୋକ ଏୟାରପୋର୍ଟ ଯାଏଁ ପହଞ୍ଚି ପାରିନଥିଲେ। ତେବେ ମନ୍ତ୍ରୀ ଏ ସମ୍ବନ୍ଧରେ ସୂଚନା ଦେଇନାହାନ୍ତି ଯେ ବିମାନ ସହ କଣ ହେଲା କିମ୍ବା ବିମାନକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରାଯିବ। ୟେସେନିନ୍ କେବଳ ସୂଚାଇ ଦେଇଛନ୍ତି ଯେ ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବାଙ୍କ ନେତୃତ୍ୱରେ ସମଗ୍ର କୂଟନୀତିଜ୍ଞ ସେବା ସପ୍ତାହ ବ୍ୟାପୀ କାର୍ଯ୍ୟ କରିଛି।

ଋଷ ନ୍ୟୁଜ ଏଜେନ୍ସି ତାଶ ଖବର ଅନୁଯାୟୀ, ରବିବାର ଦିନ ୩୧ ୟୁକ୍ରେନ ନାଗରିକଙ୍କ ସହିତ ୮୩ ଜଣଙ୍କ ସହ ଏକ ସୈନ୍ୟ ବିମାନ ଆଫଗାନିସ୍ତାନ ରାଜଧାନୀ କାବୁଲରୁ ୟୁକ୍ରେନ ରାଜଧାନୀ କବି ପହଞ୍ଚିଥିଲା। ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ ସୂଚନା ଦେଇଛି ଯେ ଏହି ବିମାନ ଜରିଆରେ ୧୨ ୟୁକ୍ରେନ ସେନା କର୍ମୀ ସ୍ୱଦେଶ ଫେରିଥିଲେ। ଏହାଛଡା ବିଦେଶୀ ସାମ୍ବାଦିକ ଓ ଆଉ କିଛି ଲୋକଙ୍କୁ ମଧ୍ୟ କାବୁଲରୁ ବାହାର କରାଯାଇଥିଲା। ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି ଯେ ପ୍ରାୟ ୧୦୦ ୟୁକ୍ରେନ ନାଗରିକ ଆଫଗାନିସ୍ତାନରୁ ବାହାରିବାକୁ ଅପେକ୍ଷା କରି ବସିଛନ୍ତି।

Leave a Reply

Your email address will not be published. Required fields are marked *