କାଲିଠୁ ୩ ଦିନ ବର୍ଷିବ

ଭୁବନେଶ୍ବର, (ଓଡିଶା ଟାଇମ୍):ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା।  ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ  କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛିା

ଆସନ୍ତାକାଲି ୯ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା । ଏହାପରେ ୨୬ ଓ ୨୭ରେ ବି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାର ଏକାଧିକ ଅଞ୍ଚଳରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ  ।  ସୂଚନାଯୋଗ୍ୟ, ମୌସୁମୀଜନିତ ନିମ୍ନ ଚାପରେଖା  ଉତ୍ତରପୂର୍ବ ଦିଗରେ ପୂର୍ବ ଆସାମ ଯାଏ ଲମ୍ବିଛି। ଏହାର ପୂର୍ବଭାଗ ତା’ର ସାଧାରଣ ଅବସ୍ଥାନରୁ ଉତ୍ତରରେ  ରହୁଥିବାରୁ ମୌସୁମୀ ପ୍ରବାହ ଓଡ଼ିଶା ଉପରେ ଦୁର୍ବଳ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସଙ୍କ କହିବାନୁଯାୟୀ,  ଆସନ୍ତା ୨୫,୨୬, ୨୭ କିଛି ଜିଲ୍ଲାରେ ବର୍ଷା  ସହ ଘଡ଼ଘଡ଼ି, ବିଜୁଳି ମାରିବାର ସମ୍ଭାବନା ରହିଛି। ଏହାବାଦ କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *