ଆଜିଠୁ ଖୋଲିଲା ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଲା । ମହାମାରୀ ଯୋଗୁଁ ରାଜଧାନୀରେ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। କରୋନା ଦ୍ୱିତୀୟ ଲହରୀ ଭୟାବହତାକୁ ଆଖି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ନିୟମ କୋହଳ ହେବା ପରେ ଅନ୍ୟ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ମନ୍ଦିର ଖୋଲିଥିଲା ।

ଖବର ଅନୁଯାୟୀ,  ଭୁବନେଶ୍ୱରେ ସଂକ୍ରମଣ ହାର ଉପରମୁହାଁ ଥିବା ଯୋଗୁଁ ମନ୍ଦିର ଖୋଲିବାରେ ବିଳମ୍ବ ହୋଇଥିଲା। ତେବେ ସଂକ୍ରମଣ ସ୍ଥିର ରହିବା ପରେ ଆଜିଠୁ ମନ୍ଦିର, ମସ୍ ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ବିଏମ୍ ସି । ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ ନିୟମକୁ ମଧ୍ୟ କଡାକଡି କରାଯାଇଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ କରିପାରିବେ । ବରିଷ୍ଠ ନାଗରିକ, ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦିଆଯିଛି । ସବୁ ଧର୍ମନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ ର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛି ବିଏମ୍ ସି । ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ମାସ ୧ ତାରିଖରେ ମନ୍ଦିର ଖୋଲିବ ।

Leave a Reply

Your email address will not be published. Required fields are marked *