ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଜରୁରୀ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆାଫଗାନିସ୍ତାନରେ ବଦଳୁଥିବା ସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଜରୁରୀ ବୈଠକ ବସିଛି । ଦେଶର ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ଏହି କ୍ୟାବିନେଟ୍‌ ବୈଠକ ଡକାଇଥିବା ଜଣାପଡ଼ିଛି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ କିପରି ଦେଶକୁ ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତ ରଣନୀତିର ସମୀକ୍ଷା କରିଛନ୍ତି ମୋଦି ।

ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଫସି ରହିଥିବା ଭାରତୀୟ ଅଧିକାରୀଙ୍କୁ ଖୁବ୍‌ଶିଘ୍ର କିପରି ଦେଶକୁ ଫେରାଇ ଆଣିହେବ ସେନେଇ ନିର୍ଦ୍ଦେଶ ଦିଆଯାଇଛି । କିଛିଦିନ ଧରି ଆଫଗାନିସ୍ତାନରେ ବଦଳୁଥିବା ପରିସ୍ଥିତିକୁ ନେଇ ଚର୍ଚ୍ଚା ହେଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ପକ୍ଷରୁ ଆଫଗାନିସ୍ତାନ ସରକାର ଗଠନ ଉପରେ ନଜର ରଖାଯାଇଛି । ଏହାଛଡ଼ା ତାଲିବାନ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇଛି । ଖୋଦ୍‌ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଏହି କାର୍ଯ୍ୟର ତଦାରଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *