ପ୍ରତିଶ୍ରୁତି ୨୪ ଘଣ୍ଟା ନପୂରୁଣୁ ନିଜର ଅସଲ ରଙ୍ଗ ଦେଖାଇଲା ତାଲିବାନ, ମହିଳା ଓ ଶିଶୁଙ୍କ ଉପରେ କଲା ବର୍ବର ଆକ୍ରମଣ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଅନେକ ମିଠା ମିଠା କଥା କହିଥିଲା। ମହିଳାଙ୍କୁ ଅଧିକାର ଦିଆଯିବା ସହ ସୁରକ୍ଷାର କଥା କହିଥିଲା। ହେଲେ ଏହି ପ୍ରତିଶ୍ରୁତିକୁ ୨୪ ଘଣ୍ଟା ନପୂରୁଣୁ ନିଜର ଅସଲ ରଙ୍ଗ ଦେଖାଇଛି ତାଲିବାନ। ତାଲିବାନର ଆତଙ୍କୀ ସଦସ୍ୟ ବୁଧବାର କାବୁଲ  ବିମାନ ବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରିଛି।

କାବୁଲରୁ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ତାଲିବାନୀମାନେ ଦେଶ ଛାଡିବା ଉଦ୍ଦେଶ୍ୟରେ ବିମାନ ବନ୍ଦର ଆସୁଥିବା ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏପରିକି ବିମାନ ବନ୍ଦରରେ ରୁଣ୍ଡ ଲୋକଙ୍କୁ ଫେରି ଯିବାକୁ ଫାୟରିଂ ମଧ୍ୟ କରୁଛନ୍ତି ତାଲିବାନ ସଦସ୍ୟ। ଲସ୍ ଏଞ୍ଜଲେସ୍ ଟାଇମ୍ସର ରିପୋର୍ଟର ମାର୍କସ ୟେମ ଟ୍ଵିଟରରେ ଏମିତି କିଛି ଫଟୋ ଟ୍ଵିଟ୍ କରିଛନ୍ତି, ଯେଉଁଥିରେ ତାଲିବାନୀ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି

ଫକ୍ସ ନ୍ୟୁଜ୍‌ ଏକ ଭିଡିଓ ଜାରି କରି ଦାବି କରିଛି ଯେ, ତାଲିବାନୀ ଆତଙ୍କବାଦୀ ସହରର ଅନ୍ୟ ଜାଗାରେ ବନ୍ଧୁକ ଧରି  ବୁଲୁଛନ୍ତି। ପୂର୍ବ ସରକାରୀ କର୍ମଚାରୀଙ୍କ ସନ୍ଧାନରେ ଜୁଟିଛନ୍ତି ତାଲିବାନୀ। ଏହି ସମୟରେ ଅନେକ ସ୍ଥାନରେ ଗୁଳିକାଣ୍ଡ ମଧ୍ୟ କରୁଛନ୍ତି। ଚ୍ୟାନେଲ ଏହି ଦାବି କରିଛି ଯେ, ତାଲିବାନ ତଖର ପ୍ରାନ୍ତରେ ମଙ୍ଗଳବାର ମହିଳାଙ୍କୁ କେବଳ ଏଥିପାଇଁ ହତ୍ୟା କରିଛନ୍ତି, କାରଣ ସେମାନେ ମୁଣ୍ଡରେ ଅଢଣା ନଦେଇ ଘରୁ ବାହାରିଥିଲେ।ତାଲିବାନ ମଙ୍ଗଳବାର ମହିଳାଙ୍କୁ ସର୍ତ୍ତ ସହିତ ସରକାରୀ ଚାକିରି, ଘରୋଇ ସେକ୍ଟର ଏବଂ ଅନ୍ୟ କ୍ଷେତ୍ରରେ କାମ କରିବାକୁ ଅନୁମତି ଦେଇଛି। ତାଲିବାନର କହିବା କଥା ମହିଳା କାମ ପାଇଁ ଘରୁ ବାହାରି ପାରିବେ। ମାତ୍ର ସେମାନଙ୍କୁ ସରିୟତର ନିୟମ ପୂରା ପାଳନ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *