ଭିଜିଲାନ୍ସ ଜାଲରେ ଫରେଷ୍ଟର
ବରଗଡ଼, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଫରେଷ୍ଟର । ବରଗଡ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପଦ୍ମପୁର ମାଷ୍ଟରକଲୋନୀ ସ୍ଥିତ ବାସଭବନ ଓ ଝାରବନ୍ଧ ଅଫିସରେ ଏକକାଳୀନ ଚଢାଉ କରାଯାଇଛି ।
ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ତେବେ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭିଜିଲାନ୍ସ ଟିମ୍ ର ଚଢାଉ ଶେଷ ହେବା ପରେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି ।