ଆଗକୁ ୧୮ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବା ସମ୍ଭାବନା : DMET
ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦ୍ରର ତଥ୍ୟ ଅନୁସାରେ ୧୨ ପ୍ରତିଶତ ଶିଶୁ ଦେଶରେ ସଂକ୍ରମିତ ହେଉଛନ୍ତି । ଶିଶୁଙ୍କ ସିଭିୟରିଟି କମ୍ ରହିଛି । ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
୧୮ ବର୍ଷରୁ ଅଧିକ ଲୋକ ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡିବ । ସ୍କୁଲ ଖୋଲିଥିବାରୁ ସ୍କୁଲ ପରିସରରେ କୋଭିଡ୍ ପ୍ରୋଟୋକଲ ଉପରେ ଗୁରୁତ୍ବ ଦେବାକୁ ହେବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ଉଚିତ । ସେମାନେ ଭ୍ୟାକ୍ସିନ ନେବା ଦରକାର । ଆଗକୁ ୦ରୁ ୧୮ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି କହିଛନ୍ତି ।