ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
କନ୍ଧମାଳ, (ଓଡିଶା ଟାଇମ୍): ମାଓ ସଂଗଠନକୁ ଝଟ୍କା । ମହିଳା କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲିକ। ଅନେକ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି ।
କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ କାନ୍ତି ମଲିକଙ୍କ ଆତ୍ମସମର୍ପଣ । ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗା ରଙ୍ଗା ଗ୍ରାମରେ କାନ୍ତିଙ୍କ ଘର । ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ଜଙ୍ଗଲରେ ସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଟ ହୋଇପଡିଥିଲେ କାନ୍ତି । ସେହିପରି ନିୟମିତଭାବେ ପୋଲିସର ଆଣ୍ଟି ନକ୍ସଲ ଅପରେସନ ଯୋରଦାର ହେଉଥିବା କାରଣରୁ କେତେ କାଂଶରେ ତାଙ୍କୁ ଆମ୍ବ ସମର୍ପଣ କରିବାକୁ ବାଧ୍ୟ କରିଥିବା କନ୍ଧମାଳପୋଲିସ ଏ ସ .ପି ଭିନିତ ଅଗ୍ରୱାଲ କହିଛନ୍ତି ।











