କେନ୍ଦ୍ରର ଚେତାବନୀ : ଉତ୍ସବ ଋତୁରେ ଜନଗହଳି ଏଡ଼ାଅ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଗାମୀ ଉତ୍ସବ ଋତୁରେ ଜନଗହଳି ଏଡାଇବା ସହିତ କରୋନା କଟକଣାକୁ କଡାକଡି ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସତର୍କତା ଜାରି କରିଛି। ଏ ସମ୍ପର୍କରେ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ​‌େଲଖିଛନ୍ତି। ପତ୍ରରେ ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ ଅଗଷ୍ଟ ୧୯ରେ

ମହରମ୍, ଅଗଷ୍ଟ ୨୧ ଓନମ୍, ସେପ୍ଟେମ୍ବର ୧୦ ଗଣେଶ ପୂଜା ଓ ଅକ୍ଟୋବର ୫ରୁ ୧୦ ଦଶହରା ପର୍ବ ସମୟରେ ଜନଗହଳି ହେବାର ସମ୍ଭାବନା ରହିଛି। ଏହି ଜନଗହଳି ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ରହିଛି। ତେଣୁ ଏହିସବୁ ଉତ୍ସବ ସମୟରେ ଜନଗହଳି ଏଡାଇବା ସହିତ କରୋନା ନିୟମାବଳୀ କଡାକଡି କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ କରୋନା ନିୟନ୍ତ୍ରଣ ପାଇଁ ଥିବା ୫ଟି କୌଶଳ ପରୀକ୍ଷା (ଟେଷ୍ଟ), ଚିକିତ୍ସା (ଟ୍ରିଟ୍‌), ଚିହ୍ନଟ (ଟ୍ରାକ୍‌), ଟିକାକରଣ ଓ କଟକଣାକୁ କଡାକଡି କରିବାକୁ ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *