ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଡେରାଡୁନ, (ଓଡିଶା ଟାଇମ୍): ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ପ୍ରଥମ ଭୂକମ୍ପ ଆଦ୍ୟ ସୂଚନା ପ୍ରଦାନକାରୀ ବ୍ୟବସ୍‍ଥା। ବୁଧବାର ଦିନ ଏହା ଉଦଘାଟିତ ହୋଇଛି। ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ ସତର୍କ ସୂଚନା ପଠାଇବ। ଏହାଦ୍ୱାରା ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ସମୟ ପାଇବେ। ପୂର୍ବରୁ ଜାପାନ, ମେକ୍ସିକୋ ଏବଂ ଆମେରିକାରେ ଏହିଭଳି ଭୂକମ୍ପ ପ୍ରାକ୍‍ ସୂଚନା ପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି। ସୂଚନାଯୋଗ୍ୟ ଯେ ଏହି ବ୍ୟବସ୍ଥାଗୁଡିକ ବାସ୍ତବ ସମୟ ଭିତ୍ତିରେ ଭୂକମ୍ପ ସମ୍ପର୍କିତ ସମସ୍ତ ବିଷୟକୁ ନିରୀକ୍ଷଣ କରିଥାଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠାରୁ ମନ୍ଥର ଭୂକମ୍ପନ ମଧ୍ୟ ଘଣ୍ଟାକୁ ୧୧,୧୦୦ କିଲୋମିଟର ବେଗରେ ଗତି କରିଥାଏ। ଯଦ୍ଦ୍ୱାରା ଏହାର ଉତ୍ପତ୍ତିସ୍ଥଳଠାରୁ ଦୂରରେ ଥିବା ଲୋକମାନେ କିଛି ସତର୍କତା ପଦକ୍ଷେପ ନେବାକୁ କିଛି ସେକେଣ୍ଡ ସମୟ ପାଇବେ। ସେହି କିଛି ସେକେଣ୍ଡ ମଧ୍ୟରେ ଲୋକଙ୍କୁ ସତର୍କ କରାଇ ଦିଆଯିବ। ଏହି ବ୍ୟବସ୍ଥା ପାଇଁ ଉତ୍ତରାଖଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଆଇଆଇଟି-ରୁରକି ଦ୍ୱାରା ଏକ ନୂଆ ଆପ୍ଲିକେସନ ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍‍ ବିକାଶ କରାଯାଇଛି।

Leave a Reply

Your email address will not be published. Required fields are marked *