୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୯୧୭ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୩୮୫୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୦୮ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୧ଜଣ, ବାଲେଶ୍ୱର ଜିଲ୍ଲାରୁ ୮୪ଜଣ, ବରଗଡ଼ ଜିଲ୍ଲାରୁ ୧୯ଜଣ, ଭଦ୍ରକ ଜିଲ୍ଲାରୁ ୫୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୨୫୬ଜଣ, ଦେଓଗଡ଼ ଜିଲ୍ଲାରୁ ୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୭ଜଣ, ଗଜପତି ଜିଲ୍ଲାରୁ ୧୬ଜଣ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୯୨ଜଣ, ଯାଜପୁର ଜିଲ୍ଲାରୁ ୮୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୬ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୩ଜଣ, କେନ୍ଦୁଝର ଜିଲ୍ଲାରୁ ୩୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୮ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମାଲକାନଗିରି ଜିଲ୍ଲାରୁ ୧୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ଜଣ, ନୟାଗଡ଼ ଜିଲ୍ଲାରୁ ୭୬ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୧୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୦ଜଣ, ଷ୍ଟେଟ ପୁଲ୍‌ରୁ ୧୦୯ଜଣ ରହିଛନ୍ତି ।

Leave a Reply

Your email address will not be published. Required fields are marked *