ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ, ପାଇଲା ପୋଡ଼ା ଦାଗ

ପାରଳାଖେମୁଣ୍ଡି, (ଓଡିଶା ଟାଇମ୍):ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ହେଲା ନୂଆ ଖୁଲାସା। କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ସୌମ୍ୟଙ୍କ କ୍ୱାର୍ଟର୍ସରେ ତଦନ୍ତ କରୁଥିବା ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଛନ୍ତି  କ୍ରାଇମବ୍ରାଞ୍ଚ ଡିଏସ୍‌ପି।

ପାରଳାଖେମୁଣ୍ଡି ପୁଲିସ୍‌ ସହ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଆଜି ସୌମ୍ୟଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ।, ଘଟଣାସ୍ଥଳ, ରୋଷେଇ ଘର, ଘର ଚାରିପାଖ ତଥା ଝରକା ପାଖ ବି ବୁଲି ଦେଖିଥିଲେ। ହେଲେ ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ  ଲାଗିଲା, ଏହି ଘଟଣା ଘରେ ହୋଇଥିଲା, ନା ବାହାରେ ହୋଇଥିଲା ସେ ନେଇ ପାଟି ଫିଟାଇ ନାହାନ୍ତି ତଦନ୍ତକାରୀ ଟିମ୍‌।

ଏହାବାଦ ଘରେ  ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ, ସେହି ସମୟରେ ବିଦ୍ୟାଭାରତୀ କ’ଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍  । ଘରେ ନିଆଁ ଲାଗିଥିଲେ, କିପରି କେହି ଜାଣିପାରିଲେ ନାହିଁ, ତେଣୁ ବାହାରେ ସୌମ୍ୟଙ୍କ ଦେହରେ ନିଆଁ ଲଗାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏହାର ତଦନ୍ତ ହେଉଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି।

Leave a Reply

Your email address will not be published. Required fields are marked *