ରାଜସ୍ଥାନରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୮
ରାଜସ୍ଥାନ, (ଓଡିଶା ଟାଇମ୍): ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ବିକାନେର ଜିଲାରେ ଗୁରୁବାର ସକାଳେ ୭ଟା ୪୨ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ଏହାପୂର୍ବରୁ ଗତକାଲି ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।
ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରାୟ ଭୋର ୫ଟା ୨୪ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୩ ରେକର୍ଡ କରାଯାଇଥିଲା। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୧୦ କିଲୋମିଟର ଗଭୀର ଥିଲା ବୋଲି ସୂଚନା ମିଳିଛି।
ଜିଲାପ୍ରଶାସନ କହିବାନୁଯାୟୀ ଅଧିକାଂଶ ଲୋକେ ଏହି ସମୟରେ ଘରେ ଶୋଇଥିଲେ। ତେଣୁ ଭୟର ପରିସ୍ଥିତି ସୃଷ୍ଟି ନହୋଇଥିଲା। କୌଣସି କ୍ଷତି ମଧ୍ୟ ହୋଇନଥିଲା।











