ରେଲଓ୍ବେ ବୋର୍ଡ ପିଏସିର ସଦସ୍ୟ ଭାବେ ମନୋନୀତ ହେଲେ ଦିଲ୍ଲୀପ କୁମାର ମଲ୍ଲିକ

ଭୁବନେଶ୍ବର, (ଓଡିଶା ଟାଇମ୍): ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ଭାଜପା ନେତା ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି । ଓଡିଶାରୁ ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବା ଦିଲ୍ଲୀପ କୁମାର ମଲ୍ଲିକ ଏହି କମିଟିରେ ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ। ଏହି ପିଏସି କମିଟିର ଚେୟାରମ୍ୟାନ ପି.କେ. କ୍ରିଷ୍ଣଦାସ ରହିଛନ୍ତି।

ଯାତ୍ରୀଙ୍କ ସୁବିଧା ପାଇଁ ଦାୟିତ୍ବର ସହ କାର୍ଯ୍ୟ କରିବେ ବୋଲି ଦିଲ୍ଲୀପ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ରେଲୱେର ଏକ ଗୁରୁତ୍ବପୂର୍ଣ୍ଣ କମିଟିକୁ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପ୍ରଦେଶ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *