କୁଲଗାମରେ ପୁଣି ଏନକାଉଣ୍ଟର

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ-କାଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ୩ ଥର ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟର କୁଲଗାମର ରେଡବାନୀ ଅଞ୍ଚଳରେ ଘଟିଛି ।

ପୋଲିସର ସୂଚନା ଅନୁସାରେ, ଦୁଇରୁ ୩ ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପୂର୍ବରୁ ଗୁରୁବାର ଦକ୍ଷିଣ କାଶ୍ମୀରର ଦୁଇଟି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଗୁରୁବାର ୨ଟି ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ୪ଜଣ ଆତଙ୍କୀ ପ୍ରାଣ ହରାଇଥିଲେ । ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ,  ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କୁଲଗାମର ଜୋଦାର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରିଯାଇ ଅପରେସନ ଆରମ୍ଭ କରିଥିଲେ । ନିଜକୁ ଅଡୁଆରେ ଦେକି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଯେଉଁଥିରେ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ନିହତ ହୋଇଥିଲେ ।

Leave a Reply

Your email address will not be published.