ଭୂକମ୍ପର ଝଟକାରେ ଥରିଲା ଆସାମ: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭୂକମ୍ପରେ ଥରିଲା ଆସାମ ମାଟି । ବୁଧବାର ସକାଳ  ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା ଦେଇଛି ।

ସେହିଭଳି ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି । ମେଘାଳୟରେ ସକାଳ ପ୍ରାୟ ୮.୪୫ରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଦାର୍ଜିଲିଂ ଓ କୁଚ ବିହାର ସମେତ ଉତ୍ତର ବଙ୍ଗର କିଛି ଅଂଶରେ ବି କମ୍ପନ ଅନୁଭୂତ ହୋଇଥିଲା ।

Leave a Reply

Your email address will not be published. Required fields are marked *