ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍): ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଦେବେ । ପରେ ୧୪ ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କେନ୍ଦ୍ର ସରକାର କରୋନା ବେଳେ ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ଭାର ଲଦିଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଦର ବି ବଢ଼ିଛି । ତେଣୁ ଆସନ୍ତା ୧୫ରେ ସାଧାରଣ ଲୋକଙ୍କୁ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ କଂଗ୍ରେସ ନିବେଦନ କରିବ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ କଂଗ୍ରେସ କରିବ କଂଗ୍ରେସ ।

ଭୁବନେଶ୍ୱରରେ ଦୁଇ ତାରିଖ ଦିନ, ପେଟ୍ରୋଲ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଥିବା ବେଳେ କଟକରେ ୧୦୦ ଟଙ୍କା ୨୭, ସମ୍ବଲପୁରରେ ୧୦୦ଟଙ୍କା ୫୧ ଓ ବ୍ରହ୍ମପୁରରେ ୧୦୦ଟଙ୍କା ୨୯ ପଇସାରେ ପହଞ୍ଚିଛି । ରାଜଧାନୀରେ ୧୦୧ଟଙ୍କା ପାର୍ ପେଟ୍ରୋଲ ଲିଟରର ମୂଳଦର ୪୦ଟଙ୍କା ୪୧ ପଇସା ଥିବା ବେଳେ ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମିଶିଛି ୩୨ଟଙ୍କା ୯୦ ପଇସା । ସେହିପରି ରାଜ୍ୟ ଭାଟ୍ ଆକାରରେ ୨୩ଟଙ୍କା ୪୦ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ଡିଲର କମିଶନ ରହିଛି ୩ଟଙ୍କା ୩୦ ପଇସା । ତେଣୁ ପକେଟ୍‌କୁ ପେଟ୍ରୋଲ ରେଟ୍ ସାଂଘାତିକ ବାଧୁଥିବା କହି କେହି କେହି ଗ୍ରାହକ ରାଗରେ ବ୍ୟାଟେରି ଗାଡ଼ି କିଣିବେ ବୋଲି ବି କହିଲେଣି । ଏଣେ ଶହେ ଶହେ ରେଟ୍‌ରେ ଦୌଡୁଥିବା ପେଟ୍ରୋଲକୁ ପଛେ ପଛେ ଗୋଡେଇଛି ଡିଜେଲ୍ । ଲିଟର ପିଛା ମାତ୍ର ୩ଟଙ୍କାର ଫରକ୍ ।

Leave a Reply

Your email address will not be published. Required fields are marked *