ପଶ୍ଚିମବଙ୍ଗ ଚାଲାଣ ବେଳେ ଜବତ ହେଲା ବ୍ରାଉନସୁଗାର, ଜଣେ ଗିରଫ

ଜଳେଶ୍ଵର, (ଓଡିଶା ଟାଇମ୍): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଛି। ବାଇକ ଯୋଗେ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଗଲା ବେଳେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କଠାରୁ ପ୍ରାୟ ୧୭ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୋଲିସ ଚଢଉ କରି ବ୍ରାଉନସୁଗାର ଜବତ କରିଛି। ଜଣେ ଯୁବକ ଗୁରୁବାର ଅପରାହ୍ଣରେ ଏକ ମୋଟର ସାଇକେଲ୍ ଯୋଗେ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଗଲା ବେଳେ ଅନୁକୂଳ ମନ୍ଦିର ପାଖରୁ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ଯୁବକଜଣଙ୍କ ମେଦିନପୁର ଅଞ୍ଚଳର ଅରୁଣ ମାନ୍ନା। ସେ ଏକ ଆପାଚୀ ବାଇକରେ ଯୋଗେ ବ୍ରାଉନସୁଗାର ଚାଲାଣ କରୁଥିଲେ। ପୋଲିସ ତାଙ୍କ ନିକଟରୁ ୧୭ ଗ୍ରାମର ବ୍ରାଉନସୁଗାର ଓ ଗାଡି ଜବତ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published.