ଆଜି ଲଦାଖ ଓ କାର୍ଗିଲର ବିଭିନ୍ନ ଦଳ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ସହ ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ସରକାର ଗୁରୁବାର କାର୍ଗିଲ ଓ ଲଦାଖର ବିଭିନ୍ନ ଦଳ ଓ ସିଭିଲ ସୋସାଇଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ପରିପ୍ରେକ୍ଷୀରେ ଲଦାଖର ୧୧ ଜଣ ନେତା ଦିଲ୍ଲୀରେ ପହଁଚିଛନ୍ତି । ଏଠାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଷନ ରେଡ୍ଡିର ବାସଭବନରେ ବୈଠକ ହେବ ।

ସକାଳ ୧୧ଟାକୁ ଆରମ୍ଭ ହେବାକୁ ଯାଉଥିବା ଏହି ବୈଠକରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାହା ସ୍ପଷ୍ଟ ହୋଇନାହିଁ । କେଉଁ କେଉଁ ଦଳ ସାମିଲ ହେବେ ତାହା ମଧ୍ୟ ଜଣାପଡି ନାହିଁ । ବୈଠକରେ ଲଦ୍ଦାଖର ପୂର୍ବତନ ସାଂସଦଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ବୈଠକ ପୂର୍ବରୁ କେଡିଏର ଉପାଧ୍ୟକ୍ଷ ଅସଗର ଅଲ୍ଲୀ କହିଛନ୍ତି ଯେ, କେନ୍ଦ୍ରର କୌଣସି ସର୍ତ୍ତ ସହ ସେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ କାର୍ଗିଲ ନେତାଙ୍କୁ ଅନ୍ୟ କୌଣସି ଅଲଗା ନିୟମ ମଞ୍ଜୁର ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଭାବେ ଦେଖିବାକୁ ଚାହାଁନ୍ତି । ୧୯୭୫ରେ ଅଢେଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସିକିମକୁ ରାଜ୍ୟର ମାନ୍ୟତା ମିଳିଥିଲା । ସେହିପରି ଲଦାଖରେ ୩ ଲକ୍ଷରୁ ଅଧିକ ଲୋକ ରୁହନ୍ତି । ତେଣୁ ରାଜ୍ୟ ମାନ୍ୟତା ମିଳିବାରେ କୌଣସି ଅସୁବିଧା ନାହିଁ ।

Leave a Reply

Your email address will not be published. Required fields are marked *