ପୁଣି ଏକାଠି ନଜର ଆସିବେ ସାରା ଅଲି ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ, (ଓଡିଶା ଟାଇମ୍): ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ୍ ଦୁହିଁଙ୍କୁ ପୁଣି ଥରେ ଫିଲ୍ମରେ ଦେଖିବାକୁ ମିଳିପାରେ। ପୂର୍ବରୁ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ ଅନ-ସ୍କ୍ରିନରେ ନଜର ଆସିବେ ଏହି ଯୋଡି । ଦର୍ଶକ ଏହି ଯୋଡିକୁ ଅନ-ସ୍କ୍ରିନ ସହ ଅଫ୍-ସ୍କ୍ରିନରେ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି।  ନିକଟରେ ଦୁହିଁଙ୍କୁ ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ଘରକୁ ଏକାଠି ଯିବାର ଦେଖିବାକୁ ମିଳିଥିଲା । ବୋଧ ହୁଏ ଦୁହେଁ ଆଗାମୀ ଚଳଚ୍ଚିତ୍ର ପାଇଁ ଏକାଠି ହେବା ନେଇ କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ସାଜିଦ ନାଡିଆୱାଲାଙ୍କ ଦ୍ୱାରା ନିର୍ମିତ ଏକ ରୋମାଣ୍ଟିକ ଚଳଚ୍ଚିତ୍ର ପାଇଁ ହ୍ୟାଣ୍ଡସମ୍ କାର୍ତ୍ତିକ ଆର୍ଯ୍ୟନ ଓ ସାରା ଅଲି ଖାନ ପୁଣି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଛି। ରିର୍ପୋଟ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ସାରାଙ୍କୁ ନେଵା ପାଇଁ  ଆଗ୍ରହୀ ଏବଂ ବର୍ତ୍ତମାନ ଫିଲ୍ମ ପାଇଁ ତାଙ୍କ ନିକଟକୁ ଯିବାକୁ ମଧ୍ୟ ଯୋଜନା କରାଯାଉଛି। ପୂର୍ବରୁ ସାରା ଏବଂ କାର୍ତ୍ତିକ ଲଭ ଆଜ୍ କଲ-୨ ରେ ଏକାଠି କାମ କରି ସାରିଛନ୍ତି । ଯାହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ଦୁହିଁଙ୍କର ଅନ-ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏତେବେ ଫିଲ୍ମ ନିର୍ମାତା ସାଜିଦ ନାଡିଆୱାଲା କାର୍ତ୍ତିକଙ୍କ ସହ ‘ସତ୍ୟନାରାୟଣ କି କଥା’ ନାମକ ଏକ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମ ଶେଷ କରିବା ପରେ କାର୍ତ୍ତିକ ରୋହିତ ଧାୱନଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *