ନାସିରୁଦ୍ଦିନ ଶାହ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ, (ଓଡିଶା ଟାଇମ୍):  ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିମୋନିଆ କାରଣରୁ ତାଙ୍କୁ ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୨ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

୭୦ ବର୍ଷୀୟ ଅଭିନେତାଙ୍କର ବର୍ତ୍ତମାନ ନିମୋନିଆ ଚିକିତ୍ସା ଚାଲିଛି। ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ଦେଖିବାକୁ ମିଳିଛି। ତେବେ ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି।

Leave a Reply

Your email address will not be published.