ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍ଡାଉନ୍ : ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା
ଭୁବନେଶ୍ବର, (ଓଡିଶା ଟାଇମ୍): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଅବଧିକୁ ବଢ଼ା ଯାଇଛି। ଜୁଲାଇ ଗାଇଡଲାଇନ୍ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ି ନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫%ରୁ କମ୍ ରହିଛି। ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କ୍ୟାଟେଗୋରୀ Aକୁ ଏହି ୩ ଜିଲ୍ଲା ଯାଇଛି। ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କ୍ୟାଟେଗୋରୀ Aରେ ସାମିଲ ହୋଇଛି।
କାଟେଗୋରୀ Aରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।
ସେହିଭଳି ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲାକୁ କାଟେଗୋରୀ ‘B’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ବଳବତ୍ତର ରହିଛି । ଏହି ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ।
୧-ପଜିଟିଭିଟି ୫ରୁ ଅଧିକ ଥିବା ବାକି ୧୦ ଜିଲ୍ଲା କ୍ୟାଟେଗୋରୀ Bରେ ସାମିଲ । କ୍ୟାଟେଗୋରୀ Bରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ।
୨-ସ୍ଥିତି ଦେଖି ଗ୍ରାଜୁଆଲି ଅନ୍ଲକ୍ ଆରମ୍ଭ କରାଯିବାକୁ ସରକାରଙ୍କ ନିଷ୍ପତ୍ତି।୩-କ୍ୟାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ। ୪-୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ।
୫-ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍ ଦୋକାନ ଖୋଲିବାକୁ ମିଳିଲା ଅନୁମତି।
୬-ସପିଙ୍ଗ ମଲ୍, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ।
୭-୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ।
୮-୨୦ ଜିଲ୍ଲାରେ ଇନ୍ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ।
୯-୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ହେବ ନାହିଁ। ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ।
୧୦-୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିବ। ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ।
୧୧-କ୍ୟାଟେଗୋରୀ Bରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ। ଏହି ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ। ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।
୧୨-କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ। ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୧୩-୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି।
୧୪-କ୍ୟାଟେଗୋରୀ Bରେରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ। ଏହିସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ।
୧୫-ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ଦେଇପାରିବେ।