ସ୍ଥିତି ଦେଖି ରାଜ୍ୟରେ କୋହଳ ହେବ କଟକଣା : ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଜୀବିକା ପାଇଁ ରାଜ୍ୟରେ ନିଶ୍ଚିତ ଭାବେ କଟକଣା କୋହଳ ଆବଶ୍ୟକ ରହିଛି। କିନ୍ତୁ ତାହା ପର୍ଯ୍ୟାୟକ୍ରମେ ହେବା ଦରକାର । ଯେଉଁଠି ଯାହା ସ୍ଥିତି, ତାକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ତେବେ ଟିକା ଦେବା ଦାୟିତ୍ବ ହେଉଛି କେନ୍ଦ୍ର ସରକାରଙ୍କର । ଯେତିକି ପରିମାଣର ଟିକା ଦେବେ, ସେତିକି ପରିମାଣର ବ୍ୟବହାର କରିବୁ । ଯେତିକି ଉତ୍ପାଦନ ହେଉଛି, ସେହି ଅନୁସାରେ ଆମେ ଯୁଦ୍ଧକାଳୀନ ଭିତିରେ ଟିକାକରଣ କରୁଛୁ । ମଝିରେ ମଝିରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଡିଏମଇଟି କହିଛନ୍ତି ।

ସେପଟେ ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ, ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Leave a Reply

Your email address will not be published. Required fields are marked *