ଇଣ୍ଡୋନେସିଆରେ ଜାହାଜ ବୁଡିଯିବାରୁ ୬ ଜଣଙ୍କର ମୃତ୍ୟୁ, ୭ ନିଖୋଜ
ନୂଆଦିଲ୍ଲୀ, (ଓଡିଶା ଟାଇମ୍ ): ଇଣ୍ଡୋନେସିଆର ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ୍ ଏଜେନ୍ସି ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ମୁଖପାତ୍ରଙ୍କ ଉଦ୍ଦ୍ୟେଶ୍ୟରେ କହିଛନ୍ତି ଯେ ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ପୁରୁଷ ଏବଂ ତିନି ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।
ଜାହାଜରେ ୪୧ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳ ଥିବା ଜଣାଯାଇଛି। ଜାହାଜଟି ବାଲିର ଗିଲିମାନୁକ୍ ବନ୍ଦରକୁ ଯାଉଥିଲା, କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଥିଲା। ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ ୭ ଜଣ ନିଖୋଜ ଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।