ଇଣ୍ଡିଗୋ ଏୟାରଲାଇନ୍ସ୍‌ର ଖାସ୍ ଅଫର: ମାତ୍ର ୯୯୮ ଟଙ୍କାରେ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଯଦି ଆପଣ ମଧ୍ୟ ବିମାନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଇଣ୍ଡିଗୋ ଏୟାରଲାଇନ୍ସ ଗ୍ରାହକଙ୍କ ପାଇଁ ଶସ୍ତା ବିମାନ ଯାତ୍ରା ସୁଯୋଗ ଆଣିଛି। ଇଣ୍ଡିଗୋ ମନସୂନ ସେଲରେ ଆପଣ ମାତ୍ର ୯୯୮ ଟଙ୍କାରେ ବିମାନ ଯାତ୍ରା କରିପାରିବେ। ଏହି ଅଫର ୨୫ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୈଧ। ଅର୍ଥାତ ଆପଣଙ୍କର ଟିକେଟ ବୁକ୍ କରିବାକୁ ଆପଣଙ୍କ ପାଖରେ ଆଜି ଓ ଆସନ୍ତାକାଲିର ଦିନ ଅଛି। ଏହି ଅଫରରେ ଆପଣ ଅଗଷ୍ଟ ୧ ରୁ ୨୦୨୨ ମାର୍ଚ୍ଚ ୨୬ ଯାଏଁ ଟିକେଟ୍ ବୁକ୍ କରିପାରିବେ।

ଇଣ୍ଡିଗୋ ଟ୍ୱିଟ କରି ଏହି ଅଫର ବିଷୟରେ ସୂଚନା ଦେଇଛି। ଏୟାରଲାଇନ୍ସ ଟ୍ୱିଟରେ ଲେଖିଛି ଯେ ‘ବ୍ୟାଗ୍ ପ୍ୟାକ୍ କରନ୍ତୁ ଏବଂ ମନସୂନ ସେଲରେ ସାମିଲ ହୁଅନ୍ତୁ ! ଏବେ ହିଁ ନିଜ ନିଜର ଟିକେଟ୍ ବୁକ୍ କରନ୍ତୁ …. ଏହି ଅଫର୍ କେବଳ ଜୁନ୍ ୩୦, ୨୩:୫୯ ସମୟ ଯାଏଁ ବୈଧ। ଏହି ଅଫର ବିଷୟରେ ଅଧିକ ସୂଚନା ପାଇଁ ଇଣ୍ଡିଗୋ ସାଇଟକୁ ଯାଆନ୍ତୁ। କମ୍ପାନୀ ତରଫରୁ ଜାରି କରାଯାଇଥିଲା ଏହି ସ୍କିମରେ ବିମାନ ବନ୍ଦର ଫି ଏବଂ ସରକାର ଆଦାୟ କରୁଥିବା ଟ୍ୟାକ୍ସ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଏହି ଅଫରରେ ଆପଣ ୧ ଅଗଷ୍ଟ ୨୦୨୧ ରୁ ୨୦୨୨ ମାର୍ଚ୍ଚ ୨୬ ଯାଏଁ ଯାତ୍ରା କରିପାରିବେ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ଇଣ୍ଡିଗୋ ୧୦୯୯ ଟଙ୍କାରେ ବିମାନ ଯାତ୍ରାର ଅଫର ଦେଇଥିଲା। ଏହି ଅଫରର ଯାତ୍ରା ଅବଧି ଅଗଷ୍ଟ ୧ ତାରିଖରୁ ଅକ୍ଟୋବର ୧୨ ତାରିଖ ଯାଏଁ ଥିଲା। ଫ୍ଲାଇଟ ପାଇଁ କମ୍ପାନୀର ୱେବସାଇଟ, ମୋବାଇଲ ଆପ, ଭିସ୍ତାରା ଏୟାରପୋର୍ଟ ଟିକେଟ ଅଫିସ, ଏୟାରଲାଇନ କଲ ସେଣ୍ଟର ଓ ଟ୍ରାଭେଲ ଏଜେଣ୍ଟ ଜରିଆରେ ଟିକେଟ ବୁକିଂ କରାଯାଇପାରିବ। ତା ଛଡା, ଦେଶରେ ଟୀକାକରଣକୁ ପ୍ରୋତ୍ସାହନ ଦେବାକୁ କମ୍ପାନୀ ସମସ୍ତ ଯାତ୍ରୀଙ୍କ ଭଡା ୧୦ ପ୍ରତିଶତ ଛାଡ କରିବାକୁ ଘୋଷଣା କରିଥିଲା। ଯେଉଁମାନେ କାରଣ ଟୀକା ନେଇଛନ୍ତି ସେମାନେ ଏହି ଅଫରର ଲାଭ ଉଠାଇ ପାରିବେ। ଏହି ଅଫରର ଲାଭ ଉଠାଇବାକୁ ଯାତ୍ରୀଙ୍କୁ ଏୟାରପୋର୍ଟ ଚେକ-ଇନ କାଉଣ୍ଟର ଓ ବୋଡିଙ୍ଗ ଗେଟରେ ଟୀକାକରଣ ସାର୍ଟିଫିକେଟ ଦେଖାଇବାକୁ ହେବ।

Leave a Reply

Your email address will not be published. Required fields are marked *