୨୪ ଘଣ୍ଟାରେ ୩୭୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ, ୯୦୭ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୭ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୭୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ତଳକୁ ଖସିଛି । ୨୪ ଘଣ୍ଟା ମଧ୍ୟରେ ୯୦୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ ଲକ୍ଷ ୧୬ ହଜାର ୮୯୭ରେ ପହଞ୍ଚିଛି।
भारत में #COVID19 के 37,566 नए मामले आने के बाद कुल पॉजिटिव मामलों की संख्या 3,03,16,897 हुई। 907 नई मौतों के बाद कुल मौतों की संख्या 3,97,637 हो गई है।
56,994 नए डिस्चार्ज के बाद कुल डिस्चार्ज की संख्या 2,93,66,601 हुई। देश में सक्रिय मामलों की कुल संख्या 5,52,659 है। pic.twitter.com/QVWzgf1vzt
— ANI_HindiNews (@AHindinews) June 29, 2021