ଅଣସର ଘରେ ଶ୍ରୀଜିଉ, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ, (ଓଡିଶା ଟାଇମ୍): ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଆଉ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା। ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ଏଥିପାଇଁ ଓଡିଆ ମଠ ପକ୍ଷରୁ ଫୁଲରୀ ତେଲ ଯୋଗାଇ ଦିଆଯାଇଥାଏ। ଯାହାକୁ ପତି ମହାପାତ୍ର ସଂସ୍କାର କରିବା ପରେ ମାଲିସ କରାଯିବ।

ହେରାପଞ୍ଚମୀ ତିଥିରେ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ। ଔଷଧୀୟ ଦ୍ରବ୍ୟରେ ଅନେକ ସୁବାସିତ ଫୁଲ ଏହି ରାଶି ତେଲରେ ମିଶ୍ରଣ କରାଯାଇ ରଖାଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ବର୍ଷକ ପରେ ଘୁମାରେ ଥିବା ତେଲକୁ ମାଟି ତଳୁ କଢ଼ା ଯାଇଥାଏ ଏବଂ ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶରୀର ମାଲିସ କରିଥାନ୍ତି।

 

Leave a Reply

Your email address will not be published. Required fields are marked *