ରାଜଧାନୀରେ ୧୦କୋଟିର ଜିଏସଟି ଠକେଇ, ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁ ଗିରଫ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀରେ ଜିଏସଟି ଠକେଇ । ୧୦ କୋଟିର ଜିଏସଟି ଠକେଇ ଅଭିଯୋଗରେ ଆଇରନ୍ ସ୍କ୍ରlପ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁକୁ ବିଜେପିନଗର ସ୍ଥିତ ଘରୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ ।
ସୂଚନା ଅନୁସାରେ, ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକି ଆସିଥିଲେ ସ୍ମୃତିରଞ୍ଜନ । ରିକ୍ସା ଚାଳକ, ଛାତ୍ର ଆଦି ଲୋକଙ୍କ ନାଁରେ ସେ ଫାର୍ମ କରି ଜିଏସଟି ଫାଙ୍କି ଥିଲେ । ବାର୍ଷିକ ଟର୍ନ ଓଭର୍ ୪୦କୋଟି ଥିବା ସେ ଦର୍ଶାଇଥିଲେ ବୋଲି ଜିଏସଟି ଅଧିକାରୀ କହିଛନ୍ତି । ରାଜ୍ୟ ଜିଏସଟି ଖୋଳତାଡ କରିବା ପରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ ହୋଇଛନ୍ତି ।