ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ

ପୁରୀ, (ଓଡିଶା ଟାଇମ୍): ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଛି। ମେରାଇନ ଡ୍ରାଇଭ ରୋଡ୍ ଓ ଗିରଳ ସିପସରୁବାଲି ଅଂଚଳରେ ସର୍ଭେ କରାଯାଇଛି। ସର୍ଭେରେ ଜିଲ୍ଲାପାଳଙ୍କ ସମେତ ପ୍ରମୁଖ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ।

ତେବେ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ  ମାସ ୧ତାରିଖରେ ଚିଠି ଲେଖିଥିଲେ। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଦାବି କରିଥିଲେ।

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଥିଲେ ନବୀନ। ପୁରୀ ଏବଂ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏୟାରପୋର୍ଟର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *