ବୈତରଣୀ ନଦୀରେ ଭାସୁଛି ମହିଳାଙ୍କ ମୃତଦେହ
ଆନନ୍ଦପୁର, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଗିରିଗାଁ ଘାଟ ନିକଟ ନଦୀ ଗର୍ଭରେ ଭାସୁଛି ମୃତଦେହ । ନଦୀରେ ଜଣେ ମହିଳାଙ୍କ ମୃତଦୋହ ଭାସୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗୁରୁବାର ସକାଳେ ନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ଦେବାପରେ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ମୃତ ମହିଳାଙ୍କ ମୁହଁ କଳା ପଡିଯାଇଥିବା ମୁହଁରେ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହାଁ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।











