ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ହସ୍ପିଟାଲର ନବମ ମହଲାରେ ଲାଗିଲା ନିଆଁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ବୁଧବାର ରାତିରେ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା ।
ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତେବେ ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା, ସେଠାରେ କୌଣସି ୱାର୍ଡ ନଥିଲା । ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ ।
ଦମକଳ ବାହିନୀର କହିବାନୁସାରେ, ରାତି ୧୦ଟା ୩୦ରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୨ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।











