ଆଜିଠୁ ଗଞ୍ଜାମରେ ଆରମ୍ଭ ହେଲା ସେରୋ ସର୍ଭେ

ଗଞ୍ଜାମ, (ଓଡିଶା ଟାଇମ୍): ଗଞ୍ଜାମ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ । ଏଥିପାଇଁ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ର ଏକ ସ୍ବତନ୍ତ୍ର ଦଳ ଜିଲ୍ଲାରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇଛି । ସେମାନଙ୍କୁ ସହଯୋଗ କରିବା ପାଇଁ ଲ୍ୟାବ୍ ଟେକ୍ନିସିଆନ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହେବେ । ଜିଲ୍ଲାରେ ଏହା ତିନି ଦିନ ଧରି ଚାଲିବ ।

ଜିଲ୍ଲାରେ ମୋଟ୍ ୧୦ଟି ସ୍ଥାନରେ ଏହି ସର୍ବେକ୍ଷଣ କରାଯିବ ବୋଲି ଜଣାପଡିଛି । ଶେରଗଡର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଠଗାଁ, ବୋମକାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦକ୍ଷିଣପୁର, ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ତାଳପଡା, ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଳେଶ୍ବରଖଣ୍ଡି, ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଲସିଂର ଏକ ନମ୍ବର ୱର୍ଡ, ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜି.ନୂଆଁଗାଁ, ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ, ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଖଣ୍ଡୁର ଏବଂ ବ୍ରହ୍ମପୁର ମହାନଗର ନିଗମ ର ୧ ନମ୍ବର ଓ ୩୮ ନମ୍ବର  ୱର୍ଡରେ ଏହି ସର୍ଭେ କରାଯିବ ।

ପ୍ରତି ସ୍ଥାନରୁ ୪୦ ନମୂନା ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି । ସେଥିରୁ ୨୮ଜଣ ସାବାଳକ, ୧୦ରୁ ୧୭ ବର୍ଷ ୮ ଜଣ ଓ ୬ରୁ ୯ ବର୍ଷ ୪ ଜଣ ଶିଶୁମାନଙ୍କ ନମୁନା ସଂଗ୍ରହ କରାଯିବ । ଏନେଇ ଏକ ୪ ଜଣିଆ ଦଳ ଖଲ୍ଲିକୋଟ ବ୍ଲକ ତାଳପଡା ପଞ୍ଚାୟତରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । କରୋନାରେ କେତେକ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି  ବା ଆଣ୍ଟିବଡି ସୃଷ୍ଟି ହୋଇଛି ତାହାକୁ ଜାଣିବା ପାଇଁ ଏହି ସର୍ଭେ କରାଯାଉଛି । କରୋନାର ୩ୟ ଲହରରେ ଶିଶୁମାନଙ୍କୁ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଥମଥର ପାଇଁ ଶିଶୁମାନେ ଏହି ରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *