ନୀଳଗିରି ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ ଓ ଦୀପ ଦାନ କଲେ ପୂଜକ

ନୀଳଗିରି, (ଓଡିଶା ଟାଇମ୍): କୋଭିଡ କଟକଣା ପାଇଁ ପୁରୀ ରଥଯାତ୍ରାକୁ ଛାଡିଦେଲେ ରାଜ୍ୟର ଆଉ ସବୁ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ଅନୁଷ୍ଠିତ ହେବା ଆଶା ମଉଳି ଯାଇଥିବାରୁ ପୂଜକ ଓ ଭକ୍ତଙ୍କ ମନରେ ଅସନ୍ତୋଷ ଭରି ରହିଛି।

କୋଭିଡ କଟକଣା ଭିତରେ ରଥଯାତ୍ରା କରିବାକୁ ଦାବି ମଧ୍ୟ ହୋଇଛି। ରଥଯାତ୍ରା ନେଇ ମନ୍ଦିର ପୂଜକମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବା ସହ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସେହିପରି ଠାକୁର ମାହାଲ ହେରିଟାରି ଟ୍ରଷ୍ଟି ତଥା ରାଣୀ ମନୋଜା ମଞ୍ଜରୀ ଦେବୀ କିଛି ପୁଜୁକଙ୍କ ସହ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ନୀଳଗିରି ରଥଯାତ୍ରା କୋଭିଡ କଟକଣା ଭିତରେ କିପରି ହୋଇପାରିବ ଏନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ଦିର ସହକାରୀ ପୂଜକ ହରିବନ୍ଧୁ କର, ପୁଣ୍ୟଶ୍ଲୋକ ନନ୍ଦ, ସରୋଜ ନନ୍ଦ ସମେତ ଅନ୍ୟ ପୂଜକ ମାନେ ଏଥିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *