ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶାଟାଇମ୍) : କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି। କରୋନାରେ ଜୀବିକା ବିପନ୍ନ ହୋଇ ପଡ଼ିଥିବାରୁ ମାଗଣା ରାର୍ସନ ଘୋଷଣା ହୋଇଥିବା କଥା କହିଛନ୍ତି ମୋଦି। ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯବା ନେଇ ମୋଦି ଘୋଷଣା କରିଛନ୍ତି। ଏହି ମାଗଣା ରାସନ ଦେଶର ୮୦ କୋଟି ଲୋକ ପାଇବେ ବୋଲି ସୂଚନା ମିଳିଛି।
ସମସ୍ତଙ୍କୁ ମାଗଣା ଟିକା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ମୋଦି କହିଛନ୍ତି।











