ଆଜିଠୁ ଦିଲ୍ଲୀ ଏମ୍ସରେ ଶିଶୁଙ୍କ ଉପରେ ଭାକସିନ୍ ପରୀକ୍ଷଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଶିଶୁଙ୍କ ପାଇଁ ଆସୁଛି କରୋନା ଭାକସିନ୍ । ଖୁବ୍ ଶୀଘ୍ର  ଶିଶୁମାନଙ୍କୁ ଟିକା ଦିଆଯିବ। ଦିଲ୍ଲୀ ଏମ୍ସରେ ସୋମବାରଠାରୁ ୨ ରୁ ୧୮ ବର୍ଷ ବର୍ଗଙ୍କୁ କୋଭାକ୍ସିନ ଟିକାର ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହେବ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଖୁବ୍ ଶୀଘ୍ର ଶିଶୁମାନଙ୍କୁ ଟିକାକରଣରେ ସାମିଲ କରାଯିବ ।

ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ଶିଶୁଙ୍କୁ ଟ୍ରାଏଲରେ ସାମିଲ କରାଯାଇଛି। ୮ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରାଏଲ ପାଇଁ ପ୍ରଥମେ ପିଲାମାନଙ୍କର ସ୍କ୍ରିନିଂ କରାଯିବ। ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଜାଣିବା ପରେ ଯାଇ ଟିକା ଦିଆଯିବ। ଟ୍ରାଏଲ ପ୍ରକ୍ରିୟାର ବହୁ ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ପିଲାଙ୍କୁ ନେଇ ପରୀକ୍ଷଣ କରାଯିବ। ସେମାନଙ୍କୁ ଭାରତ ବାୟୋଟେକ ଏବଂ ଆଇସିଏମଆରର ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଦିଆଯିବ।

ଏହା ପୂର୍ବରୁ ବିହାରର ପାଟଣାର ଏମ୍ସରେ ଭ୍ୟାକ୍ସିନ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେଠାରେ ଜୁନ ୩ ତାରିଖରେ ୩ ଜଣ ଶିଶୁଙ୍କୁ ଭ୍ୟାକ୍ସିନ ଦିଆଯାଇଛି।  ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ପାଇଁ ଖୁବ୍ ଘାତକ ହେବ। ତେଣୁ ଶିଶୁମାନଙ୍କୁ ଖୁବ୍ ଶୀଘ୍ର ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ମେ ୧୧ରେ ଭାରତ ବାୟୋଟେକକୁ ଶିଶୁମାନଙ୍କ ଉପରେ ଟିକା ଟ୍ରାଏଲକୁ ନେଇ ଡିଜିସିଆଇ ପକ୍ଷରୁ ମଞ୍ଜୁରି ମିଳିଥିଲା।

Leave a Reply

Your email address will not be published. Required fields are marked *