ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, ରାଜ୍ୟ ସରକାରଙ୍କୁ ମିଳିଲା ଦୁଇଟି ବିଡ୍

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ଟିକାକରଣ ଉପରେ ଜୋର ଦେଉଛନ୍ତି। ତେବେ ଚାହିଦା ଅନୁଯାୟୀ ଉତ୍ପାଦନ ହୋଇ ପାରୁନଥିବାରୁ ରାଜ୍ୟରେ ଟିକା ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏହା ଟିକାକରଣକୁ ମଧ୍ୟ ପ୍ରଭାବିତ କରୁଛି। ଟିକା ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଦେଇଥିଲେ। ଏଥିରେ ଏବେ ଉନ୍ନତି ଘଟିଛି। ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ଦୁଇଟି ବିଡ୍ ମିଳିଛି।

ଟିକା କିଣିବା ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଦୁଇଟି ଆବେଦନ ମିଳିଛି। ୨ଟି କମ୍ପାନୀ ବିଡକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ୨ଟି ବିଡ୍ ଆସିଥିବା ନେଇ ଶୁକ୍ରବାର ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।  ଏହି ଦୁଇଟି ବିଡର ସର୍ତ୍ତ ଓ ମୂଲ୍ୟକୁ ସରକାର ତର୍ଜମା କରୁଥିବା ସେ କହିଛନ୍ତି।

ରାଜ୍ୟରେ କରୋନା ଟିକାର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ରାଜ୍ୟ ସରକାର ଦୁଇଟି କମିଟିର ଗଠନ କରିଛନ୍ତି। ଏଥିରେ ଗୋଟିଏ ବୈଷୟିକ କମିଟି ଏବଂ ଅନ୍ୟ ଗୋଟିଏ ପରିଚାଳନା କମିଟି । ବୈଷୟିକ କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି । ଇ-ଗ୍ଲୋବାଲ୍‌ ଟେଣ୍ଡର ପଲିସିରେ ରାଜ୍ୟ ଔଷଧ ନିଗମ କରୋନା ଟିକା କିଣିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *