ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ ଘୋଷଣା କରିଛନ୍ତି ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଚିନ୍ତାରେ ଥିଲେ । ମଙ୍ଗଳବାର କେନ୍ଦ୍ର ସରକାର ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଥିଲେ । ଏହି ଘୋଷଣା ପରେ ପରେ ହରିୟାଣା ସରକାରଙ୍କ ଠାରୁ ଆରମ୍ଭ କରି ଆଉ କିଛି ରାଜ୍ୟ ମଧ୍ୟ ପରୀକ୍ଷା ବାତିଲ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଆଜି ଓଡ଼ିଶା ସରକାର ଯୁକ୍ତ ଦୁଇ ପରାକ୍ଷା ବାତିଲ୍ ନେଇ ଘୋଷଣା କରିଛନ୍ତି ।











