ଭାରତରୁ ୟୁଏଇକୁ ବିମାନ ଚଳାଚଳ ବନ୍ଦ, ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ସ୍ଥଗିତାଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ରବିବାର ଦିନ ଭାରତରୁ ଯାଉଥିବା ଯାତ୍ରୀବାହୀ ବିମାନ ଚଳାଚଳ ସ୍ଥଗିତାଦେଶକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛି । ଭାରତରେ କୋଭିଡ୍ -୧୯ ମାମଲା ବୃଦ୍ଧି ହେବା ଅପ୍ରେଲ ୨୫ରେ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଥିଲା ।

ୟୁଏଇ ବିମାନ ସେବା ପ୍ରଦାନକାରୀ ଏମିରେଟ୍ସ ରବିବାର ଦିନ ନିଜ ୱେବସାଇଟରେ ପ୍ରକାଶିତ ଏକ ବାର୍ତ୍ତାରେ କହିଛି ଯେ ଭାରତରୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହାପୂର୍ବରୁ ଜୁନ୍ ୧୪ ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୧୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୧୨୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୦ଲକ୍ଷ ୪୭ ହଜାର ୫୩୪ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୨୯ ହଜାର ୧୦୦ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୦,୨୬,୦୨୯ ।

Leave a Reply

Your email address will not be published. Required fields are marked *