ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, କୋଭିଡ଼ ସ୍ଥିତିର କଲେ ସମୀକ୍ଷା

ନବରଙ୍ଗପୁର, (ଓଡିଶା ଟାଇମ୍): ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ତାଙ୍କ ସହିତ ଅଛନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର । ଜିଲ୍ଲାରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି ।

ଖବର ଅନୁଯାୟୀ,  ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ସ୍ଥାନୀୟ ସର୍କିଟ ହାଉସ ପଡିଆରେ ଓହ୍ଲାଇଥିଲେ । ଏହାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ସର୍କିଟ ହାଉସରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସ୍‌ପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସି଼ଡିଏମ୍‌ଓ ଶୋଭାରଣୀ ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହାପରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଥିଲେ।

ସେହିପରି ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣାଧିନ ହୋଇଥିବା ବେଳେ କୋଭିଡ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀ ସନ୍ତୁଷ୍ଟ ରହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ମେସିନ ପହଞ୍ଚିଛି । ଗୋଟିଏ ଦିନରେ ଜିଲ୍ଲାରେ ପ୍ରାୟ ୬ ଶହ କୋଭିଡ ପରୀକ୍ଷା କରାଯିବ । ଖୁବ ଶୀଘ୍ର ନବରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିସହ ନବରଙ୍ଗପୁର ଜିଲ୍ଲାକୁ ୧୦ ହଜାର ଭ୍ୟାକ୍‌ସିନ୍‌ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *