ରାଜ୍ୟରେ ୨୫ ବ୍ଲାକ୍‌ ପଙ୍ଗସ୍‌ ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ପରେ ଏବେ ବ୍ଲାକ୍‌ ପଙ୍ଗସ୍‌ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ରୋଗକୁ ନେଇ ବଡ଼ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ,  ଆମ ରାଜ୍ୟରେ ୨୫ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି।  ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି, ହେଲେ ଆମ ରାଜ୍ୟରେ ତାହାର ସଂଖ୍ୟା କମ୍‌ ରହିଛି।

ଏତିକି ନୁହେଁ  ଆମ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ସେପରି ସ୍ଥିତି ନାହିଁ। ୩ ବ୍ଲାକ ଫଙ୍ଗସ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି,ମାତ୍ର ଭିନ୍ନ କାରଣ ପାଇଁ ସେ ସ୍ପଷ୍ଟ କରିଛନ୍ତି। ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ ଦରକାର କେନ୍ଦ୍ରକୁ ମାଗିଛୁ, ଯାହା ଆସୁଛି ବଣ୍ଟା ଯାଉଛ।  ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଶ୍ରୀ ମହାପାତ୍ର।

କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ଲାକ୍‌ ପଙ୍ଗସ୍‌କୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି। କହିଛନ୍ତି, ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସର ଭାଇରସ୍‌ ଶରୀରରେ ପସେ। ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀର ମଧ୍ୟରେ ଏହା ପ୍ରବେଶ କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଏବେ ନୁହେଁ ବରଂ ପୂର୍ବରୁ ମଧ୍ୟ ରହିଥିଲା। ଯେଉଁ ମାନଙ୍କ ଶରୀରର ରୋଗ ପ୍ରତିଶୋଧକ ଶକ୍ତି କମ ରହିଥାଏ ସେମାନଙ୍କୁ ଏହି ଭାଇରସ୍‌ ଅତିଶୀଘ୍ର ସଂକ୍ରମଣ କରେ। ବିଶେଷ କରି ମଧୁମେହ ରୋଗୀମାନଙ୍କ କ୍ଷେତ୍ରରେ ଏହି ଭାଇରସ୍‌ ଅଧିକ ମାତ୍ରାରେ ଦେଖାଯାଏ।

 

Leave a Reply

Your email address will not be published. Required fields are marked *