ରାଜ୍ୟରେ କମୁଛି ସଂକ୍ରମଣ: ହେଲେ ବିପଦ ଏବେ ବି ରହିଛି
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ସଂକ୍ରମଣକୁ ନେଇ ପ୍ରେସମିଟ୍ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ACS। ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭିଟି କମୁଛି ବୋଲି କହିଲେ ACS। ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି ସେ କହିଛନ୍ତି। ଏହାସହ ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। କେବଳ ଏତିକି ନୁହେଁ ବରଂ ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇର୍ଁ ପିକ୍ ବୋଲି ଧରିବାକୁ ହେବ। ଏହାସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ଆମ ରାଜ୍ୟ ପାଇଁ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ପଡ଼ୋଶୀ ରାଜ୍ୟରେ ସଂକ୍ରମଣ କମୁଥିବାରୁ ସୀମାବର୍ତ୍ତୀ ଜିଲାର ସଂକ୍ରମଣ କମୁଛି। ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି ବୋଲି ସେ କହିବା ସହ, ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାନ୍ତ ସିଲ୍ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି। ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଞ୍ଚିଛି। ଠିକ୍ ସେହିପରି ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମିବା ସହ ୫ ଜିଲ୍ଲାରେ ୫% ତଳେ ରହିଛି ସଂକ୍ରମଣ। ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସ୍ୱାସ୍ଥ୍ୟ ବିଭାଗର ACS କହିଛନ୍ତି। ତେବେ ଆଜି ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ ବୋଲି ସୂଚନା ମିଳିଛି। ତେବେ ରାଜ୍ୟରେ ଲକଡାଉନ୍କୁ ନେଇ ସିଏସ୍ ବଡ଼ ଘୋଷଣା କରିପାରନ୍ତି ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଛି।











